ଦିଲ୍ଲୀରେ ଟ୍ରାନ୍ସପୋର୍ଟ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ନୂତନ ଟ୍ରାଫିକ୍‌ ନିୟମରେ ଭାରୀ ମାତ୍ରାରେ ଜୋରିମାନା ରାଶି ଆଦାୟ ହେଉଥିବାବେଳେ ଏହାକୁ ସମସ୍ତ ଜାଗାରେ ବିରୋଧ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିଲ୍ଲୀ ଏନ୍‌ସିଆରରେ ଏହାର ବିରୋଧ କରି ସମସ୍ତ ଟ୍ରାନ୍ସପୋର୍ଟ ସେବା ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ଅଟୋ ଏବଂଟ୍ୟାକ୍ସି ଚଳାଚଳ ବନ୍ଦ ରହିଛି। ସେହିପରି ଟ୍ରକଗୁଡ଼ିକ ମଧ୍ୟ ବନ୍ଦ ରହିଛି।

ସୂଚନା ଅନୁଯାୟୀ ଗୁରୁବାର ସକାଳ ଠାରୁ ଦିଲ୍ଲୀରେ ସମସ୍ତ  ଟ୍ରାନ୍ସପୋର୍ଟ ୟୁନିଅନ ବିକ୍ଷୋଭ ପ୍ରଦର୍ଶନ କରି ସମସ୍ତ ଗାଡ଼ି ଚଳାଚଳ ବନ୍ଦ କରିଛନ୍ତି। ଯାହାଦ୍ୱାରା ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏଥିରେ ଓଲା ଓ ଉବର ମଧ୍ୟ ସାମିଲ ରହିଛି। ତେବେ ଓଲା ଓ ଉବର ଏକ  ପ୍ରାଇଭେଟ ସଂସ୍ଥା ହୋଇଥିଲେ ମଧ୍ୟ ଗାଡ଼ି ଭଙ୍ଗାରୁଜା ଭୟ କରି ସେମାନେ ମଧ୍ୟ ଗାଡ଼ି ବାହାର କରିନାହାନ୍ତି। ଏ ନେଇ କେତେକ ସ୍କୁଲ ମଧ୍ୟ ଛୁଟି ରହିଥିବାବେଳେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇନାହିଁ। ତେବେ ଏହି ହଡ଼ତାଳ ୟୁଏଫଟିଏସଂଗଠନ ଦ୍ୱାର କରାଯାଇଥିବାବେଳେ ଏଥିରେ ଅନେକ ଟ୍ରକ୍‌ବସ୍‌, ଅଟୋ, ଟ୍ୟାକ୍ସି ସମେତ ୪୧ଟି ୟୁନିଅନ ସାମିଲ ଅଛନ୍ତି।