ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧ ତାରିଖରୁ ସବୁ ସ୍କୁଲ ଖୋଲିବ। କରୋନା ସଂକ୍ରମଣ କମିବା ଯୋଗୁ କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଦିଲ୍ଲୀରେ ଛଟ୍ ପୂଜା ପାଳିନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଡୀଡୀଏମଏ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଘୋଷଣା କରିଛନ୍ତି।
ମନୀଷ ସିସୋଦିୟା ଆହୁରି କହିଛନ୍ତି ଯେ, ସ୍କୁଲ ଖୋଲିଲେ ମଧ୍ୟ କୌଣସି ଅଭିଭାବକଙ୍କୁ ପିଲାଙ୍କୁ ସ୍କୁଲ ଛାଡ଼ିବା ଲାଗି ବାଧ୍ୟ କରାଯିବ ନାହିଁ। ଉଭୟ ଅନଲାଇନ ଓ ଅଫଲାଇନରେ ପାଠପଢ଼ା ହେବ। ଏକାସହ ୫୦ ପ୍ରତିଶତରୁ ଅଧିକ ପିଲାଙ୍କୁ ଡକାଯିବ ନାହିଁ। ଶିକ୍ଷକ ଭ୍ୟାକ୍ସିନ ନେଇଛନ୍ତି କି ନାହିଁ ତାହା ସ୍କୁଲ ସୁନିଶ୍ଚିତ କରିବ।