ଦିଲ୍ଲୀ ପୋଲିସ କମିଶନର: ଅମୁଲିଆ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଏସ୍ଏନ୍ ଶ୍ରୀବାସ୍ତବ

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଦିଲ୍ଲୀର ନୂତନ ପୁଲିସ କମିସନର ଭାବେ ଏସ୍ ଏନ ଶ୍ରୀବାସ୍ତବଙ୍କୁ ଚୟନ କରାଯାଇଥିବା ଗୃହ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ପାଇଛି। ବର୍ତ୍ତମାନର ଦିଲ୍ଲୀ କମିସନର ଅମୁଲିଆ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ତାରିଖରେ ସମାପ୍ତ ହେଉଥିବା ବେଳେ ତାଙ୍କ ସ୍ଥାନରେ ଏସଏନ୍ ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ ରାଜଧାନୀର ଉତ୍ତର-ପୂର୍ବରେ ସାଂଘାତିକ ସାମ୍ପ୍ରଦାୟିକ ହିଂସା ଘଟଣାରେ ଜଣେ ୧୯୮୫ ବ୍ୟାଚ୍ ଏଜିଏମୟୁଟି କ୍ୟାଡର ଅଧିକାରୀ ଏସ.ଏନ୍ ଶ୍ରୀବାସ୍ତବଙ୍କୁ ଏହି ସପ୍ତାହରେ ସିଆରପିଏଫରୁ ଦିଲ୍ଲୀ ପୋଲିସକୁ ସ୍ଥାନାନ୍ତର କରାଯାଇଛି। ତେବେ ସେ ଅତୀତରେ ସହରର ପୁଲିସ ଫୋର୍ସରେ କାର୍ୟ୍ୟ କରିଛନ୍ତି। ତାଙ୍କୁ ଅମୁଲିଆ ପଟ୍ଟନାୟକଙ୍କ ଦାୟିତ୍ୱ ଦିଆଯାଇଛି। ସେହିପରି ଏସ୍ଏନ୍ ଶ୍ରୀବାସ୍ତବ ଆସନ୍ତା ବର୍ଷ ଜୁନରେ କାର୍ଯ୍ୟରୁ ଅବସର ନେବେ ବୋଲି ଜଣାପଡ଼ିଛି।