ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ପୁଲସ ହେଡକ୍ୱାର୍ଟର ସମ୍ମୁଖରେ ମଙ୍ଗଳବାର ଶହ ଶହ ପୁଲିସ କର୍ମଚାରୀ ୟୁନିଫର୍ମ ପିନ୍ଧି ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଳାଇଛନ୍ତି। ଓକିଲଙ୍କୁ ମାଡ ଓ ସମାନତା ଦାବିରେ ଆଜି ଦିଲ୍ଲୀ ପୁଲିସ କର୍ମଚାରୀମାନେ ଧାରଣାକୁ ଓହ୍ଲାଇଛନ୍ତି। ତେବେ ପୁଲିସ କର୍ମଚାରୀମାନେ ଅନ୍ଦୋଳନ କରି ନିଜର ଦାବି ଉପସ୍ଥାପନ କରିଛନ୍ତି।

ତେବେ କାର୍ଯ୍ୟରତ ପୁଲିସଙ୍କ ଉପରେ ଯେଉଁଭଳି ମାଡ଼ ହେଲା ତା’ପରେ ଦିଲ୍ଲୀରେ ପୁଲିସ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ତେବେ ଏହା ପୁଲିସ ପାଇଁ ଏକ ପରୀକ୍ଷାର ସମୟ। ଏହି ସମୟରେ ଦିଲ୍ଲୀ ପୁଲିସ ସଂଯମତାର ସହ କାର୍ଯ୍ୟକରିବ ବୋଲି ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ତିସ ହଜାରି କୋର୍ଟ ପରିସରରେ ସାମାନ୍ୟ ପାର୍କିଂକୁ ନେଇ ଓକିଲମାନେ ପୁଲିସ କର୍ମଚାରୀଙ୍କୁ ମାରିବା ସହ ପୁଲିସ ଭ୍ୟାନକୁ ଜାଳି ଦେଇଥିଲେ। ଏହା ପରେ ପୁଲିସ ଓ ଓକିଲଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା।