ଧର୍ମା ପ୍ରଡକ୍ସନ ହାଉସକୁ ଦିଲ୍ଲୀ ହାଇକୋର୍ଟର ସମନ

ନୂଆଦିଲ୍ଲୀ,ଏଜେନ୍ସି: ଫିଲ୍ମନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ ‘ଗୁଞ୍ଜନ ସକସେନା: ଦ କାରଗିଲ ଗାର୍ଲ’ ରିଲଜ ହେବା ପରଠାରୁ ବିବାଦ ଘେରରେ ରହିଛି। ଏହି ଫିଲ୍ମକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ପୂର୍ବରୁ ଆପତ୍ତି ହୋଇସାରିଛି। ଏବେ ଇଣ୍ଡିଆନ ସିଙ୍ଗର ରାଇଟସ ଆସୋସିଏସନ ପକ୍ଷରୁ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସ ଉପରେ ଏକ ମାମଲା ରୁଜୁ ହୋଇଛି।

ଏହି ମାମଲାରେ ଦର୍ଶାଯାଇଛି କି ଗୁଞ୍ଜନ ସକସେନା ଫିଲ୍ମର ପ୍ରଦର୍ଶନ ବ୍ୟବସାୟିକ ଭାବରେ ବ୍ୟବହୃତ ହୋଇଛି। ଏନେଇ ତାଙ୍କୁ ରୟାଲ୍ଟି ମିଳିବା ଦରକାର। ସିଙ୍ଗର ରାଇଟସ ଆସୋସିଏସନର ଅଭିଯୋଗ ଆଧାରରେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ସମନ ହୋଇଛି। ସିଙ୍ଗର ଆସୋସିଏସନର କହିବା ଅନୁସାରେ ରାମ ଲଖନ ଫିଲ୍ମର ଗୀତ ଏ ଜି ଓ ଜି, ଖଲନାୟକ ଫିଲ୍ମର ଗୀତ ଚୋଲି କେ ପିଛେ କ୍ୟା ହେ ଓ କୁଛ କୁଛ ହୋତା ହେ ଫିଲ୍ମର ଗୀତ ସାଜନ ଜି ଘର ଆଏର ବ୍ୟବସାୟିକ ବ୍ୟବହାର ହୋଇଛି।