ସୋନିଆ ଓ ରାହୁଲଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ୍

ନୂଆଦିଲ୍ଲୀ,ଏଜେନ୍ସି: ନେସନାଲ ହେରାଲ୍ଡ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରାଯାଇଛି। ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଆଧାରରେ ନୋଟିସ ଜାରି କରାଯାଇଛି। ଏଥିରେ ଟ୍ରାଏଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ଏପ୍ରିଲ ୧୨ ତାରିଖରେ ହେବ।

ସୂଚନା ଅନୁସାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ଲୋକମାନେ ନେସନାଲ ହେରାଲ୍ଡ ମାଧ୍ୟରେ ଧେକାବାଜି ଓ ବେଆଇନ ଭାବେ ଧନପ୍ରାପ୍ତି କରିବାର ଯୋଜନା କରୁଥିବା ବିଜେପି ସାଂସଦ ତଳ କୋର୍ଟରେ ଅଭିଯୋଗ କରିଥିଲେ। ସେଠାରେ କେତେକ ଡକ୍ୟୁମେଣ୍ଟ ଓ ସାକ୍ଷୀଙ୍କ ଆଧାରରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ତଳ କୋର୍ଟ ଅନୁମତି ଦେଇନଥିଲେ। ଏନେଇ ସୁବ୍ରମଣ୍ୟମ ସ୍ୱାମୀ ନେସନାଲ ହେରାଲ୍ଡ କେସରେ ତଳସ୍ତରୀୟ କୋର୍ଟର ନିର୍ଣ୍ଣୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।