ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରେ ଜ୍ୱର ଲାଗି ରହିବାରୁ ସେ ଦ୍ୱିତୀୟ ଥର ପାଇଁ କରୋନା ଟେଷ୍ଟ କରିଥିଲେ । ଯେଉଁଥିରେ ସେ ପଜିଟିଭ ଥିବା ରିପୋର୍ଟ ବାହାରିଛି । ତେବେ ପୂର୍ବରୁ ସେ ଯେତେବେଳେ କୋଭିଡ-୧୯ ଟେଷ୍ଟ କରିଥିଲେ, ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ପରେ ଲକ୍ଷଣ ସବୁ କରୋନାର ଜଣାପଡିବାରୁ ଡାକ୍ତର ଆଉଥରେ ଟେଷ୍ଟ ପାଇଁ କହିଥିଲେ । ଯେଉଁଥିରେ ସେ କରୋନାରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି । ଜ୍ୱର ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେତୁ ସୋମବାର ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।