ଦିଲ୍ଲୀ ସରକାରଙ୍କ ଅଡ-ଇଭନ ପଦ୍ଧତି ଅବୈଜ୍ଞାନିକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ମାମଲାର ଶୁଣାଣୀ ସମୟରେ ସୁପ୍ରିମକୋର୍ଟ ଅଡ-ଇଭନ ପଦ୍ଧତିକୁ ଅବୈଜ୍ଞାନିକ ଦର୍ଶାଇଛନ୍ତି । ଏହାସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଦିଲ୍ଲୀ ସରକାର ଲୋକଙ୍କଠୁ କେତେ ଟଙ୍କା ଆଦାୟ କରିଛନ୍ତି ତା’ର ମଧ୍ୟ ହିସାବ କୋର୍ଟ ମାଗିଛନ୍ତି ।

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଦିଲ୍ଲୀରେ ଅଳିଆ ଜଳାଇବା ବନ୍ଦ କରିବା ଉଚିତ । ଦିଲ୍ଲୀ ସରକାର ଏଥିପ୍ରତି ଧ୍ୟାନ ଦେବା ଜରୁରୀ । କାଲି କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ଅଧିକାରୀଙ୍କ ସହ ବୈଠକ କରନ୍ତୁ । ଶୁକ୍ରବାର ସୁଦ୍ଧା ଆମକୁ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରନ୍ତୁ । ଦିଲ୍ଲୀ ସରକାର ପରାଲୀକୁ ଖତ ବନାଉଥିବା ଏକ କେମିକାଲ ସମ୍ବନ୍ଧରେ ଦାବୀ କରିଥିଲେ । ଏହା କ’ଣ କେବେ ସଫଳ ହୋଇଛି? ଏହା କେବଳ ଲୋକ ଦେଖାଣିଆ ଲାଗୁଛି ।