ଆପ୍ ଇନ୍ ହାଟ୍ରିକ୍: ଦିଲ୍ଲୀକୁ କବଜା କଲେ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ହାଇପ୍ରୋଫାଇଲ ଇଲେକ୍ସନର ଫଳାଫଳ ଆପ୍ ସପକ୍ଷରେ ଯାଇଛି। ଦିଲ୍ଲୀବାସୀ ପୁଣି ଥରେ କେଜରିୱାଲ ଉପରେ ସୁନା କଳସ ଢ଼ାଳିଛନ୍ତି। ଏଥର ବିଜୟ ସହ ଆପ୍ ମାରିଛି ହାଟ୍ରିକ।

ତେବେ ବର୍ତ୍ତମାନର ଗଣତିରୁ ଜଣାପଡିଛି ଯେ ୭୦ଟି ଆସନରୁ ଆପ୍ ୬୩ଟି ସ୍ଥାନରେ ଅଗ୍ରଣୀ ଥିବାବେଳେ ବିଜେପି ମାତ୍ର ୭ଟି ସ୍ଥାନରେ ଆଗୁଆ ରହିଛି। ଏହି ନିର୍ବାଚନରେ କଂଗ୍ରେସ ଖାତା ଖୋଲିପାରିନାହିଁ।