ଦିଲ୍ଲୀରେ କରୋନା ବେଡକୁ ନେଇ କଳାବଜାରୀ: ହସ୍ପିଟାଲମାନଙ୍କୁ କେଜରିୱାଲଙ୍କ ଚେତାବନୀ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କେତେକ ଘରୋଇ ହସ୍ପିଟାଲ ଗୁଡ଼ିକ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ହସ୍ପିଟାଲରେ କୋଭିଡ ବେଡ ଖାଲିନଥିବା ଦର୍ଶାଉଥିବା ନଜର ଆସିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଉକ୍ତ ହସ୍ପିଟାଲମାନଙ୍କୁ କଡା ଚେତାବନୀ ଦେବା ସହିତ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି।

ତେବେ ଦେଶର ରାଜଧାନୀରେ ଅବସ୍ଥିତ ହସ୍ପିଟାଲରୁ କରୋନା ରୋଗୀଙ୍କୁ ଏଭଳି ଫେରାଇ ଦେବା ଉଚ୍ଚିତ ନୁହେଁ ବୋଲି କହିଛନ୍ତି। ଏଥିସହ କରୋନା ବେଡର କଳାବଜାରୀ ସମ୍ପୂର୍ଣ୍ଣ ହଟାଇବା ପାଇଁ ତାଙ୍କୁ ଆଉ କିଛି ସମୟ ଦରକାର ବୋଲି ସେ ଭିଡିଓ କନଫରେନ୍ସିଂରେ କହିଛନ୍ତି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆପ୍ ପ୍ରସ୍ତୁତ ହେଉଛି। ଯାହାଦ୍ୱାରା ବେଡମାନଙ୍କର କଳାବଜାରୀ ରୋକାଯିବ।

ଏଥିସହିତ ଏହି ଆପ ଦ୍ୱାରା କେଉଁ ହସ୍ପିଟାଲରେ କେତେ ମାତ୍ରାରେ ଭେଣ୍ଟିଲେଟର ଓ ବେଡ ଖାଲି ଅଛି ତାହା ସ୍ୱଚ୍ଛଳ ହୋଇପାରିବ ବୋଲି କହିଛନ୍ତି। ତେବେ ଏଥିରେ ଯଦି କେହି କଳାବଜାରୀ କରୁଥିବ ତାହା ଏକ ଅପରାଧ ବୋଲି କେଜରିୱାଲ କହିଛନ୍ତି।