ଦିଲ୍ଲୀ କ୍ୟାପିଟାଲ୍ସର  ନୂଆ ଅଧିନାୟକ ହେଲେ ପନ୍ତ

ନୂଆଦିଲ୍ଲୀ, ଏଜେନ୍ସି:  ଆଇପିଏଲ -୨୦୨୧ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ନୂଆ ଅଧିନାୟକ। ଆହତ କାରଣରୁ ବାଦ ପଡିଥିବା ଶ୍ରେୟସ ଆୟରଙ୍କ ସ୍ଥାନରେ ଋଷଭ ପନ୍ତ ଦାୟିତ୍ୱ ତୁଲାଇବେ । ଆୟର ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଥିଲେ। ଏହି କାରଣରୁ ତାଙ୍କୁ କ୍ରିକେଟରୁ ୪ ରୁ ୫ ମାସ ଦୂରରେ ରହିବାକୁ ପଡିବ।

ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅଧିନାୟକ ପାଇଁ  ବହୁ ଖେଳାଳି ଥିଲେ ମଧ୍ୟ ପନ୍ତଙ୍କ ଉପରେ ଭରସା ପ୍ରକଟ କରିଛି ଦଳ।  କାରଣ  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଭାରତକୁ ବୀଜୟୀ କରିବାରେ ଗୁରୁଦାୟିତ୍ୱ ନିଭାଇଥିଲେ।