ନୂଆଦିଲ୍ଲୀ,ଏଜେନ୍ସି: ରବିବାର ଲାକ୍ମେ ଫ୍ୟାଶନ୍ ୱିକ୍ର ଫ୍ୟାଶନ ଶୋ’ରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ନେତା ତଥା ପଂଜାବରୁ ରାଜ୍ୟସଭା ପାଇଁ ପାର୍ଟି ପକ୍ଷରୁ ଚୟନିତ ହୋଇଥିବା ରାଘବ ଚଡ୍ଢ଼ା ରାମ୍ପ ୱାକ୍ କରିଛନ୍ତି। ଆପ୍ ନେତା ରାଘବ ଚଡ୍ଢା ଡିଜାଇନର ପୱନ ସଚଦେବଙ୍କ ଶୋ’ରେ ଅଂଶଗ୍ରହଣ କରି ତାଙ୍କର ପୋଷାକ ପିନ୍ଧିଥିଲେ। ସେ ଏକ ଟପର ଭାବେ ରାମ୍ପ ୱାକ୍ କରିଥିଲେ।
ଦିଲ୍ଲୀର ବିଧାୟକ ରାଘବଙ୍କୁ ଆମ୍ ଆଦମୀ ପାର୍ଟି ପଂଜାବରୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ରାଘବ ବିଧାୟକ ପଦରୁ ଇସ୍ତାଫା ଦେବା ପରେ ସୋମବାର ନାମାଙ୍କନ ଦାଖଲ କରିଥିଲେ। ୩୩ ବର୍ଷୀୟ ରାଘବ ରାଜ୍ୟସଭାକୁ ଯିବାରେ ଦ୍ୱିତୀୟ କମ୍ ବୟସର ନେତା ହେବ। ଏହା ପୂର୍ବରୁ ୩୨ ବର୍ଷ ବୟସରେ ଓଡ଼ିଆ ଚଳଚ୍ଚିତ୍ରର ନାୟକ ଅନୁଭବ ମହାନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି। ଏହା ବ୍ୟତୀତ ବକ୍ସର ମେରିକମ ମଧ୍ୟ ୩୩ ବର୍ଷ ବୟସରେ ରାଜ୍ୟସଭା ସାଂସଦ ହୋଇଛନ୍ତି।