ପ୍ରେକ୍ଷାଳୟରେ ‘ଦେଖା ହେଲା ପ୍ରେମ ହେଲା’

ଶୁକ୍ରବାର ପ୍ରେକ୍ଷାଳୟକୁ ଆସିଛି ଆର୍ ଆର୍ ଇଭେଣ୍ଟସ ଆଣ୍ଡ୍ ପ୍ରଡକ୍ସନ ବ୍ୟାନରର ନୂଆ ଓଡ଼ିଆ ସିନେମା ‘ଦେଖା ହେଲା ପ୍ରେମ ହେଲା’। ରମେଶ ବାରିକଙ୍କ ପ୍ରଯୋଜିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଅଭିଷେକ, ଶୁଭାଶିଷ ଓ ରାଗିଣୀ। ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ଏହି ଫିଲ୍ମର ପରିକଳ୍ପନା। ପ୍ରଯୋଜକ ନିଜେ ଏ ଫିଲ୍ମର କାହାଣୀ ଲେଖିଥିବାବେଳେ ଚିତ୍ରନାଟ୍ୟ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଟି. ଗଣେଶ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍. ଚନ୍ଦ୍ରକାନ୍ତ। ସଂଳାପ ରଚନା କରିଛନ୍ତି ଅଜୟ ସାମଲ। ମିଡିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ।

ପ୍ରେମ ତ ଅଛି ଫିଲ୍ମରେ, ହେଲେ ତାହା ସହଜରେ ମିଳୁନାହିଁ ନାୟକ, ନାୟିକାଙ୍କୁ। କାରଣ ନାୟକ-ନାୟିକାଙ୍କ ମଝିରେ ଅଡ଼ୁଆ ସୃଷ୍ଟି କରୁଛି ତୃତୀୟ ଜଣକ। ତେଣୁ କାହାଣୀରେ ବାରମ୍ବାର ମୋଡ଼ ଆସୁଛି। ହିରୋ, ହିରୋଇନ୍ ଗୋଟିଏ ଅସୁବିଧାକୁ ପାର କଲାବେଳକୁ ପହଞ୍ôଚ ଯାଉଛି ଆଉ ଗୋଟିଏ ଅସୁବିଧା। ଏମିତିରେ କାହାଣୀ ବଢ଼ୁଛି ଆଗକୁ। ସାରା ଓଡ଼ିଶାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟିର ପ୍ରିମିୟର ହୋଇଛି କଟକର ବୃନ୍ଦାବନ ଓ ଭୁବନେଶ୍ୱରର ଶ୍ରୀୟା ଟକିଜରେ।