ବିପକ୍ଷଙ୍କୁ ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ: କହିଲେ ମୋଦୀ ସରକାରର ନେତା କେବେ ନେବେ ଟିକା

ନୂଆଦିଲ୍ଲୀ: ଦେଶରେ ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବାବେଳେ ପ୍ରଥମ ଦିନରେ ପାଖାପାଖି ୧.୯୧ଲକ୍ଷ ଲୋକ ଟିକା ଲଗାଇଛନ୍ତି। ଇତିମଧ୍ୟରେ ମୋଦୀ ସରକାରଙ୍କ ମନ୍ତ୍ରୀ କେବେ ଟିକା ନେବେ ବୋଲି ବିରୋଧୀ ଦଳ ବାରମ୍ବାର ପ୍ରଶ୍ନ କରୁଛନ୍ତି। ଆଉ ଏହି ପ୍ରଶ୍ନର ଉତ୍ତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଛନ୍ତି।

ରାଜନାଥ କହିଛନ୍ତି ଯେ, ‘ପ୍ରଥମେ ଫ୍ରଣ୍ଟଲାଇନ ୱାର୍କର୍ସ ଟିକା ନେବେ। ସେମାନଙ୍କର ସରିବା ପରେ ୫୦ ବର୍ଷରୁ ଉର୍ଦ୍ ଲୋକଙ୍କୁ ଟିକା ଦିଆଯିବ। ଆଉ ସେହି ସମୟରେ ଆମେ ରାଜନୀତି କ୍ଷେତ୍ରରେ କାମ କରୁଥିବା ଲୋକ ଟିକା ନେବୁ।’