ଚିକିତ୍ସାଧୀନ ଅବସ୍ଥାରେ ହରିଣ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବୃନ୍ଦାବନପୁର ଗ୍ରାମରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ମାଈ ହରିଣର ମୃତ୍ୟୁ ଘଟିଛି। ଗତ ବୁଧବାର ହରିଣଟି ଖାଦ୍ୟ ଅନ୍ୱେଷଣରେ ବୃନ୍ଦାବନପୁର ଗାଁ ନିକଟସ୍ଥ ଏକ ସୂର୍ୟ୍ୟମୁଖୀ ବାଡ଼ିକୁ ପଳାଇ ଆସିଥିବାବେଳେ କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲା । ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ରେଞ୍ଜ ଅଫିସକୁ ଆଣି ଚିକିତ୍ସା କରୁଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହରିଣଟିର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ପାଟଣା ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେଠୀଙ୍କ ଦ୍ୱାରା ହରିଣଟିର ବ୍ୟବଚ୍ଛେଦ କରାଯିବା ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି।