ବ୍ୟକ୍ତିଗତ ମହିଳା ଇଭେଣ୍ଟରେ ପ୍ରଥମ ରାଉଣ୍ଡ ଜିତିଲେ ଦୀପିକା କୁମାରୀ

ନୂଆଦିଲ୍ଲୀ: ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ବ୍ୟକ୍ତିଗତ ମହିଳା ଇଭେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରିଛନ୍ତି। ଦୀପିକା ଭୁଟାନ ଖେଳାଳିଙ୍କୁ ସିଧାସଳଖ ୬-୦ରେ ହରାଇଛନ୍ତି। ଏଥିସହିତ ଦୀପିକା ରାଉଣ୍ଡ ଅଫ୍ ୧୬ରେ ସ୍ଥାନ ପାଇଛନ୍ତି। ଦୀପିକାଙ୍କଠାରୁ ଭାରତ ଏକ ପଦକର ଆଶା ରଖିଛି।