ଦୀପଗ୍ରେସ ଏକ୍କା ଓ ଜୟନ୍ତୀ ବେହେରାଙ୍କୁ ବିଜୁପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାରା ଆଥଲେଟ ଜୟନ୍ତୀ ବେହେରା ଓ ମହିଳା ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ପୁରସ୍କାର ସହ ମାନପତ୍ର ଓ ୨ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ସତ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା କୋଚ୍ ପୁରସ୍କାର ଓ କୋଚ ଶିବପ୍ରସାଦ ଦାସ, ଚେସ ତାରକା ପଦ୍ମୀନୀ ରାଉତଙ୍କୁ ଅର୍ଥ ପୁରସ୍କାର, ହୁପିମାଝୀ, ରାଜଶ୍ରୀ ମହାପାତ୍ର, ମନିଷା ମେରେଲ, ପ୍ରତ୍ୟାଶ ରାୟଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି।