ଟୋକିଓ ଅଲମ୍ପିକ୍ସ: ଦୀପ୍ ଗ୍ରେସ୍ ଭାରତୀୟ ଟିମ୍ର ଭାଇସ୍-କ୍ୟାପଟେନ୍

  • ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ଦଳର କ୍ୟାପଟେନ୍ ଓ ଭାଇସ୍ କ୍ୟାପଟେନ୍ଙ୍କ ନାମ ଘୋଷଣା ହୋଇଛି। ଅଭିଜ୍ଞ ଷ୍ଟ୍ରାଇକର୍ ରାନୀ ରାମପାଲ୍ କ୍ୟାପଟେନ୍ ଓ ଓଡ଼ିଶାର ଷ୍ଟାର୍ ଡିଫେଣ୍ଡର୍ ଦୀପ୍ ଗ୍ରେସ୍ ଏକ୍କା ଭାରତୀୟ ଟିମ୍ର ଭାଇସ୍ କ୍ୟାପଟେନ୍ଭାବେ ମନୋନୀତ ହୋଇଛନ୍ତି। ଦୀପ୍ ଗ୍ରେସ୍ଙ୍କ ସହ ସବିତାଙ୍କୁ ମଧ୍ୟ ଭାଇସ୍ କ୍ୟାପଟେନ୍ଭାବେ ନିଯୁକ୍ତି ଦିଆଯାଇଛି। ଟୋକିଓ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ନୂଆ ଦାୟିତ୍ୱ ତାଙ୍କୁ ପ୍ରେରଣା ଦେବ ବୋଲି ଦୀପ୍ ଗ୍ରେସ୍ କହିଛନ୍ତି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ମଧ୍ୟ କହିଛନ୍ତି।