ବିହାର: ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପୁଲିସ ଅନବରତ ଭାବେ ଡ୍ୟୁଟି ଜାରି ରଖିଛି। କିନ୍ତୁ ବିହାରର କରୋନା ହଟସ୍ପଟ ସାସାରାମ ନଗର ଥାନାର ଜଣେ ମହିଳା କନେଷ୍ଟବଳ ପୂଜା କୁମାରୀ ତାଙ୍କ ୧୧ ମାସର ଶିଶୁକୁ କୋଳରେ ଧରି ବିଭିନ୍ନ ଅଞ୍ଚଳରେ ଡ୍ୟୁଟି କରୁଛନ୍ତି। ପୂଜାଙ୍କର ଏଭଳି କର୍ତ୍ତବ୍ୟ ପରାୟଣ ଓ ମାତୃତ୍ୱକୁ ଦେଖି ସମସ୍ତେ ବେଶ୍ ପ୍ରଭାବିତ ହୋଇଛନ୍ତି। ଖାସ୍ କଥାଟି ହେଲା ବିହାର ପୁଲିସର ଡିଜିପି ଗୁପ୍ତେଶ୍ୱର ପଣ୍ଡା ଏଥିରେ ଖୁବ୍ ପ୍ରଭାବିତ ହେବାସହ ପୂଜାଙ୍କୁ ଫୋନ କରି ତାଙ୍କ ହାଲଚାଲ ମଧ୍ୟ ପଚାରି ବୁଝିଥିଲେ। ଡିଜିପି ଜଣେ କନେଷ୍ଟବଳଙ୍କୁ ଫୋନ କରି ସାବାସୀ ଦେବାକୁ ନେଇ ପୂଜା ନିଜକୁ ବେଶ୍ ଗୌରବାନ୍ୱିତ ମନେ କରୁଛନ୍ତି।