ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତ୍ତି ପ୍ରଶଂସନୀୟ: ଜେପି ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର କ୍ୟାବିନେଟ ଖରିଫ ଫସଲର ଏମଏସପି ବୃଦ୍ଧି କରିବା ନିଷ୍ପତ୍ତିକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଶଂସା କରିଛନ୍ତି।

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ବିଜେପି ସରକାରର ସଂକଳ୍ପ ଦର୍ଶାଇଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଖରିଫ ଫସଲରେ ଏମଏସପି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ବୋଲି ନଡ୍ଡା ଟୁଇଟ କରି କହିଛନ୍ତି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୁଧବାର ୨୦୨୦-୨୧ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି।