ନଭେମ୍ବର ୧୫ ପୂର୍ବରୁ ସ୍ୱଲିଖିତ ଲେଖା ଦେବାକୁ ନିଷ୍ପତ୍ତି

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ସାଂସ୍କୃତିକ ଗଣପର୍ବ “ମଣ୍ଡେଇ’ ଆଗାମୀ ଡିସେମ୍ବର ୧୦ରୁ ୩ଦିନ ଧରି ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମ ପାଇଁ ଏକ ସ୍ମରଣିକା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାର ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଇତ୍ୟାଦି ବିଷୟ ଆଧାରିତ ଲେଖାଗୁଡ଼ିକ ପ୍ରକାଶିତ ହେବ । ଜିଲ୍ଲାର ସମସ୍ତ ଲେଖକ ଲେଖିକାମାନେ ସେମାନଙ୍କର ଲେଖାଗୁଡ଼ିକ କମିଟିର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀଙ୍କ ଇ-ମେଲ୍ ଜରିଆରେ ପଠାଇ ପାରିବେ । ଏହି ସ୍ମରଣିକାରେ ପ୍ରବନ୍ଧ ବ୍ୟତୀତ କୌଣସି ଗଳ୍ପ କିମ୍ବା କବିତା ପ୍ରକାଶ ପାଇବ ନାହିଁ । ସମସ୍ତ ଲେଖକଲେଖିକାମାନେ ସେମାନଙ୍କର ଲେଖାଗୁଡ଼ିକ ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ଦେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପରେ କୌଣସି ଲେଖା ପ୍ରକାଶ ପାଇଁ ଗ୍ରହଣ କରାଯିବ ନାହିଁ । ଉକ୍ତ ବୈଠକରେ ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ, କବି ନାରାୟଣ ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଅଶୋକ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଡା. ଚନ୍ଦ୍ରଶେଖର ହୋତା, ଆଇନଜୀବୀ ରାମ ପ୍ରସାଦ ପାତ୍ର, ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା, କବି ଦୁର୍ଗା ପ୍ରସାଦ ପାଢ଼ୀ ଓ ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।