ଡିସେମ୍ବର ୩୧ ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା…

ବରଗଡ଼, ଏନ୍ଏନ୍ଏସ୍ : ଆଗାମୀ ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ୧୧ ଦିନ ଧରି ଖୋଲା ରଂଗମଂଚରେ ପାଳିତ ହେବାକୁ ଥିବା ଏହି ଧନୁଯାତ୍ରା ପାଇଁ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଭିନ୍ନ କମିଟୀର ସଦସ୍ୟ ସହ ସହର ବହୁ ଜନସାଧାରଣ ଯୋଗ ଦେଇଥିବା ବେଳେ ଯାତ୍ରାକୁ ଆର୍କଷଣୀୟ କରିବା ନେଇ ବିଭିନ୍ନ ଦିଗ ଉପରେ ଏଥିରେ ଆଲେଚନା ହୋଇଥିଲା । ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ବିଗତବର୍ଷର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ଆଗାମୀ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବୈଠକରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ୭୧ ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ଆଉ ଦୁଇ ମାସ ଥିବା ବେଳେ ଶୁକ୍ରବାର କୋର୍ କମିଟୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଳାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟୀର ଅଧ୍ୟକ୍ଷ ଜ୍ୟୋତି ରଂଜନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଆଗାମୀ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଆଲୋଚନା ହୋଇଥିଲା ।