କରେନାରେ ଚାଲିଗଲେ ଆଉଜଣେ ସାମ୍ବାଦିକ

ସମ୍ବଲପୁର,ଏନ୍ଏନ୍ଏସ୍ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ସମଗ୍ର ରାଜ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି । ବିଶେଷ ଭାବେ ଏହି ସଂକ୍ରମଣ ପଶ୍ଚିମ ଓଡ଼ିଶାରେ ଉଗ୍ର ରୂପ ଧାରଣ କରିଥିବା ବେଳେ  ସମ୍ବଲପୁର ସହରରେ ଦୁଇ ଦୁଇ ଜଣ ବରିଷ୍ଠ ସାମ୍ବାଦିକଙ୍କ ପ୍ରାଣହାନୀ ଘଟିସାରିଛି । ଗତ ୨୭ ତାରିଖରେ ବରିଷ୍ଠ ଫଟୋ ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ ଓ ଗତ ୨୯ ତାରିଖରେ ମାନସ ଜୟପୁରୀଆଙ୍କ ବିୟୋଗ ଘଟି ମାରିଥିବା ବେଳେ ଆଜି ଦୈନିକ ସମ୍ବାଦ କାର୍ଯ୍ୟାଳୟର ଡିଜିଏମ୍ ଦେବେନ୍ଦ୍ର କୁମାର ସାମନ୍ତରାୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତ ସାମନ୍ତରାୟ ୨୦୦୭ ମସିହାରେ ଦୈନିକ ସମ୍ବାଦରେ ସମ୍ବଲପୁର ସଂସ୍କରଣରେ ସହ ସମ୍ପାଦକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଦକ୍ଷତା କୁ ଆକଳନ କରି ୨୦୧୯ ସଂସ୍ଥା ତାଙ୍କୁ ଡିଜିଏମ୍ ପଦବୀକୁ ପଦୋନ୍ନତି କରିଥିଲେ । ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୮ ତାରିଖରେ ସେ ଏଠାରେ କୋଭାସ୍କିନ ଇଞ୍ଜେକସନ ନେଇଥିଲେ । ମାତ୍ର ପରଦିନ ତଥା ୯ ତାରିଖରେ ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ସେ ଭୁବନେଶ୍ୱର ସ୍ଥିତ ନିଜ ଘରକୁ ଫେରିଯାଇଥିଲେ । ପରେ ସେଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ବେଳେ ଆଜି ସେ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।