ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପାଇଁ ଦେବାଶିଷ ମହାନ୍ତି ସଂଯୋଜକ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ‘ଓଡିଶା ମୋ ପରିବାର’ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଜେଡି ପକ୍ଷରୁ ନୂତନ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା କୃଷି ଶିଳ୍ପ ନିଗମ ତଥା ବିଜେଡିର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତିଙ୍କୁ ଜିଲ୍ଲା ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ରଖି ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ତାହାକୁ ନିଷ୍ଠାର ସହିତ ସମ୍ପାଦନ କରିବି।