ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ, ଜଣେ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ସରକାରୀ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷକରିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ଆଜି ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ବେଳେ ବହୁ ସଂଖ୍ୟକ ଗଛ ଉପାଡି ନଷ୍ଟ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବାରକୋଟ ଥାନା କାଦୋପଡ଼ା ନୂଆସାହି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ସୂଚନା ପାଇ ଦେବଗଡ଼ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଚଢ଼ଉ କରିଥିଲେ। ଏଠାରେ ବହୁ ସଂଖ୍ୟକ ଅମଳ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଉକ୍ତ ଗ୍ରାମର ବିଦେଶୀ ଜେନା ନାମକ(୬୦) ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।