ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁରେ ମୃତକଙ୍କ ସଂଖ୍ୟା ଶନିବାର ୧୯୮୧ରେ ପହଞ୍ଚିଛି। ଏଥିରେ ଦେଶର ୫୯ ହଜାର ୬୬୨ ଜଣ ଆକ୍ରାନ୍ତ ହୋଇସାରିଛି। ସେଥିରୁ ୩୯ ହଜାର ୮୩୪ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୭ ହଜାର ୮୬୬ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୩୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୫ ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି । ଏଥିସହ ଦେଶରେ ୨୪ ଘଣ୍ଟାରେ ୩୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୧୯ ହଜାର ୬୩ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ୭୩୧ ଜଣ ଜୀବନ ହରାଇଛନ୍ତି। ଗୁଜୁରାଟରେ ୪୪୯, ମଧ୍ୟପ୍ରଦେଶରେ ୨୦୦, ଓ ପଶ୍ଚିମବଙ୍ଗରେ ୧୬୦ ଜଣ ଲୋକ ଜୀବନ ହରାଇଛନ୍ତି।