କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବକର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା କୋରକୋରା କ୍ୱାରେଣ୍ଟିନ ସେଣ୍ଟରରେ ଆଜି ଏକ ଅଘଟଣ ଘଟିଯାଇଛି। କ୍ଵାରେଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

କୋରକୋରା ଗାଁରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଉକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଛି। ମୃତକ ସେହି ଗାଁର ୫୮ ବର୍ଷୀୟ ରାଧାଶ୍ୟାମ ପାଣି। ଗତକାଲି କୋଲକାତାରୁ କାର ଯୋଗେ ସେ ନିଜ ଗାଁକୁ ଫେରି କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ।