ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ: ଡିଜିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ଏନେଇ ଡିଜିପି ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିରେ ସେ ଭୁବନେଶ୍ୱର ଜିଆରପିରେ ସମାଜସେବୀ ଆଦିତ୍ୟ ଦାସର ମୃତ୍ୟୁ କେସ ନଂ ୮୧/୨୦ର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ଜୁଲାଇ ୭ ତାରିଖ ଦିନ ସକାଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ ଦେହ ସ୍ଥାନୀୟ ଲିଙ୍ଗରାଜ ରେଳ ଲାଇନରୁ ଉଦ୍ଧାର କରାଯାଇଥିଲା। ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ଜିଆରପି ପୁଲିସ କରୁଥିବାବେଳେ କାଲି ଏନଏଚଆରସି ପକ୍ଷରୁ ରିପୋର୍ଟ ତଲବ ମଗାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି କେସର କୌଣସି ସୂତ୍ରପାତ ମିଳିପାରିନାହିିଁ। ଆଜି ଡିଜିପି ଏହି ଘଟଣାର ତଦନ୍ତକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।