କୋଭିଡ୍‌- ୧୯ : ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ

ଡକାର : କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍‌ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍‌ ଡିଓଫ୍‌ ମୃତ୍ୟୁବରଣ କରିଛନ୍ତି । ପେପ୍‌ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହା ପ୍ରଥମ କରୋନା ଭାଇରସ ସମ୍ପର୍କିତ ମୃତ୍ୟୁ ସାବ୍ୟସ୍ତ ହୋଇଛି । ପେପ୍‌ ମଙ୍ଗଳବାର ମୃତ୍ୟୁ ବରଣ କରିଛନ୍ତି ବୋଲି ସେନେଗାଲ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ସ୍ଥାନୀୟ ଫାନ୍ନ ହସ୍ପିଟାଲରେ ଶନିବାରଠାରୁ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ସେନେଗାଲ ସ୍ବାସ୍ଥ୍ୟ ମନ୍ତ୍ରୀ ଡିଓଫ୍‌ ସାର କହିଛନ୍ତି ।