ବିରଳ ଆନାକୋଣ୍ଡାର ମୃତ୍ୟୁ

ବାରଙ୍ଗ,ଏନ୍ଏନ୍ଏସ୍: ନନ୍ଦନକାନନରେ ଥିବା ବିରଳ ପ୍ରଜାତିର ହଳଦିଆ ଆନାକୋଣ୍ଡାର ଶୁକ୍ରବାର ମୃତ୍ୟୁ ଘଟିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମାଡ୍ରାସ କ୍ରୋକୋଡାଇଲ ସେଣ୍ଟର, ଚେନ୍ନାଇରୁ ଗତ ୨୦୧୯ ଅକ୍ଟୋବର ମାସରେ ୮ଟି ବିରଳ ପ୍ରଜାତିର ହଳଦିଆ ଆନାକୋଣ୍ଡା ଅଣାଯାଇଥିଲା। ଏହାର କିଛିଦିନ ପରେ ସେଗୁଡ଼ିକ ମଧ୍ୟରୁ ୨ଟି ଆନାକୋଣ୍ଡା ଅନ୍ତନଳୀ ସଂକ୍ରମଣ (ତରଳ ଝାଡା଼) ହେବାରୁ ମୃତ୍ୟୁ ହୋଇଥିଲା। ସେତେବେଳେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବହୁ ପରୀକ୍ଷା ନିରୀକ୍ଷା କରାଯାଇ ଏହି ସେମାନଙ୍କ ସୁରକ୍ଷିତ ଜୀବନ ଧାରଣ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ତେବେ ପୁଣି ଆଜି ଏକ ଆନାକୋଣ୍ଡା ସେହି ସମାନ ରୋଗ ତଥା ତରଳ ଝାଡ଼ାରେ ଆକ୍ରାନ୍ତ ହୋଇଥିବାବେଳେ ତା’ର ମୃତ୍ୟୁ ଘଟିଛି। ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଆଚାର୍ଯ୍ୟଙ୍କ ସୂଚନା କ୍ରମେ ବର୍ତ୍ତମାନ ନନ୍ଦନକାନନରେ ଆଉ ୫ଟି ହଳଦିଆ ଆନାକୋଣ୍ଡା ଅଛନ୍ତି। ମୃତ ଆନାକୋଣ୍ଡାର ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।