କଲେଜ ଛାତ୍ରୀଙ୍କ ଅକାଳ ମୃତ୍ୟୁ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍:କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ବଟ୍ଟପଲ୍ଲୀ ସାହିର ଜଣେ ୨୨ ବର୍ଷିୟା ଛାତ୍ରୀଙ୍କ ଆଜି ଅକାଳ ମୃତ୍ୟୁ ଘଟିଛି। ଗତକାଲି ରାତିରେ ବଟ୍ଟପଲ୍ଲୀ ସାହିର ଅନୀଲ କୁମାର ନାୟକଙ୍କ ଝିଅ ପ୍ରେମଲତା ନାୟକ (୨୨) ଙ୍କ ହଠାତ୍ ଦେହ ଖରାପ ହାବେରୁ ଘରେ ଥିବା ପୁରୁଣା ମେଡିସିନ ଖାଇ ଦେଇଥିଲା।  ରାତି ପ୍ରାୟ ୩ଟାବେଳେ ଅତୀଶୟ ଦେହ ଖରାପ ହେବାରୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଡାକ୍ତର ଖାନାକୁ ନେଇଥିଲେ । ଡାକ୍ତର ପ୍ରମୋଦ କୁମାର ସେଠୀ ଚିକିତ୍ସା କରୁଥିବା ଅବସ୍ଥାରେ  ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି । ଏନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତକୁମାର ମୁନୀ କହିଛନ୍ତି।