ବିଦ୍ୟୁତ୍ ଆଘାତରେ ଯୁବଚାଷୀ ମୃତ ଜିଲ୍ଲାରାଜ୍ୟ By Nitidin On Dec 22, 2019 Share ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସଦର ଥାନା ଅନ୍ତର୍ଗତ ଏକାମ୍ର ଛକ ନିକଟରେ ଜଣେ ଯୁବକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏକାମ୍ର ଛକ ନିବାସୀ ଦ୍ୱାରୀ ଛତରଙ୍କ ୨୯ବର୍ଷର ପୁଅ ଈଶ୍ୱର ଛତର ରବିବାର ସକାଳ ୧୧ଟା ସମୟରେ ଚାଷ ଜମିରେ ଥିବା ଏକ ବରଗଛକୁ ଛଟଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଚାଷ ଜମି ଦେଇ ଯାଉଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ନିକଟରେ ବା ତଳେ ଥିବା ଗଛକୁ ସଫା ନକରି ବିଦ୍ୟୁତ୍ ବିଭାଗର ଅପାରଗତାକୁ ନେଇ ମୃତ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ବରଗଡ଼ ବଲାଙ୍ଗିର ରାସ୍ତାକୁ ଅବରୋଧ କରିଛନ୍ତି। Share