ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

କୁଆଁପାଳ,ଏନ୍ଏନ୍ଏସ୍: ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ ଆପିଲୋ ଗ୍ରାମର ରଥ ମହାକୁଡଙ୍କ ପୁତ୍ର ଉମାକାନ୍ତ ମହାକୁଡ(୪୦)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଉମାକାନ୍ତ ପାଣି ମଟର ଚଳାଉଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଆଜି ଭଦ୍ରେଶ୍ୱର ଫାଣ୍ଡିରେ ମୃତ ଉମାକାନ୍ତଙ୍କ ଭାଇ ରମାକାନ୍ତ ମହାକୁଡ ଏକ ଲିଖିତ ଅଭିଯୋଗ କରିଥିଲେ। ମାହାଙ୍ଗା ଥାନା ପୁଲିସ କେସ ନଂ-୧୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡ଼ିକାଲକୁ ପଠାଇଥିବା ଜଣାପଡ଼ିଛି।ଉମାକାନ୍ତଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।