ନିର୍ଭୟା ମାମଲା: ସୁନିଶ୍ଚିତ ଫାଶୀ !

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ପଇଁତରା ଲଗାଇଥିଲେ ହେଁ ସେଥିରେ ଫେଲ ହୋଇଛନ୍ତି। ତେବେ ଫାଶୀ ତାରିଖକୁ ସ୍ଥଗିତ ରଖିବା ପାଇଁ କୋର୍ଟରେ ଆବେଦନ ହୋଇଥିବା ବେଳେ ପଟିଆଲ ହାଉସ କୋର୍ଟ ଫାଶୀ ତାରିଖକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିବା ବେଳେ ଶୁକ୍ରବାର ସମସ୍ତ ଦୋଷୀଙ୍କୁ ନିଶ୍ଚିତ ଭାବେ ଫାଶୀ ଦିଆଯିବ ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି।

୧୭ ତାରିଖ ଦିନ ଅକ୍ଷୟ ଠାକୁର ରାଷ୍ଟ୍ରପତିଙ୍କ ନିକଟରେ ଦ୍ୱିତୀୟଥର ପାଇଁ ରାଜକ୍ଷମା ଆବେଦନ କରିଛି । ଅପରପକ୍ଷେ ମର୍ସି ପିଟିସନକୁ ଆଜି ସୁପ୍ରିମ କୋର୍ଟର ୬ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଓ ପଟିଆଲା ହାଉସ କୋର୍ଟଙ୍କ ଏହି ଫଇସଲାକୁ ନିର୍ଭୟାଙ୍କ ମାଆ ସ୍ୱାଗତ କରିଛନ୍ତି। ସେପଟେ ଫାଶୀ ତାରିଖ ଉପରେ ରୋକ ଲଗାଇବା ପାଇଁ ପୁଣି ୪ ଅଭିଯୁକ୍ତ ନୂଆ ଖେଳ ଖେଳିଛନ୍ତି। ସଂପ୍ରତ୍ତି ଦେଶରେ କୋରୋନା ଭାଇରସର ଆତଙ୍କ ସୃଷ୍ଟି ହୋଇଥିବାରୁ ଏହା ଫାଶୀ ପାଇଁ ଠିକ ସମୟ ନୁହେଁ ବୋଲି ୪ ଅଭିଯୁକ୍ତ ଅଲଗା ଅଲଗା ଭାବେ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି।

Nirbhaya's mother said the convicts don't have any pleas left in order to postpone the hanging date. (File photo: PTI)

କୋରୋନା ଭାଇରସ ଆତଙ୍କ ଦେଶରେ ରହିଥିବାରୁ ଫାଶୀ ତାରିଖ ଉପରେ ରୋକ୍ ଲଗାଇବା ପାଇଁ ଅଭିଯୁକ୍ତମାନେ ଆବେଦନ କରିଥିଲେ। ମାତ୍ର ସମସ୍ତ ଆବେଦନକୁ ଆଜି ପଟିଆଲା ହାଉସ କୋର୍ଟ ଖାରଜ କରିଦେଇଛନ୍ତି। ସେପଟେ ଅଭିଯୁକ୍ତଙ୍କ ପ୍ରତି ଅନ୍ୟାୟ କରାଯାଇଛି ଏବଂ ବିଚାର ଧାରାକୁ ଭୁଲ ବାଟରେ ନିଆଯାଇଛି ବୋଲି ଅଭିଯୁକ୍ତଙ୍କ ଓକିଲ ଏପି ସିଂ କହିଛନ୍ତି।