ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଚୁଆପାଣି ଗ୍ରାମର ରମେଶ ମହାନ୍ତଙ୍କ ଘରୁ ଶୁକ୍ରବାର ଏକ ହରିଣକୁ ବନବିଭାଗ ଉଦ୍ଧାର କରି ବିଶିପୁର ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡିଛି। ଖାଦ୍ୟ ଅନ୍ୱେଷଣରେ ହରିଣଟି ଗାଁ ଭିତରକୁ ଚାଲି ଆସିଥିବା ବନବିଭାଗ ପକ୍ଷରୁ କୁହାଯାଉଛି।
ଆଜି ହରିଣଟି ଗ୍ରାମରେ ବୁଲୁଥିବା ସ୍ଥାନୀୟ ଲୋକଙ୍କ ନଜର ପଡିବା ପରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ପାଟଣା ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ ସାହାରପଡା ଫରେଷ୍ଟର ଶୁକୁମାର ଜେନା ଉକ୍ତ ଗ୍ରାମରେ ପହଞ୍ଚି ହରିଣକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି।