କରୋନା ଯୋଦ୍ଧାଙ୍କୁ ଆରୋଗ୍ୟ ପରେ ବିପୁଳ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ସୋଡ଼ ପଂଚାୟତରେ କାର୍ଯ୍ୟରତ ଆଶାକର୍ମୀ ସୁବାସିନୀ ଦେହୁରୀ କରୋନାରେ ସଂକ୍ରମିତ ହେବା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି । ସୋଡ଼ ପଂଚାୟତ କ୍ୱାରେଣ୍ଟାଇନ ସେଣ୍ଟର ଠାରେ କାର୍ଯ୍ୟରତ ଥିବାବେଳେ କରୋନାରେ ସଂକ୍ରମିତ ହୋଇ ଗତ ମେ’୨୪ ତାରିଖ ଦିନ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ୧୫ ଦିନ ଧରି ଚିକିତ୍ସାପରେ ଆଜି ଶ୍ରୀମତୀ ଦେହୁରୀଙ୍କୁ କୋଭିଡି ହସ୍ପିଟାଲରୁ ବିଦାୟ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଡିପିଏମ ଉମେଶ ପ୍ରସାଦ ଷଡ଼ଙ୍ଗୀଙ୍କ ସମେତ କୋଭିଡି ହସ୍ପିଟାଲର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀମତୀ ଦେହୁରୀଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଏଭଳି ସମ୍ବର୍ଦ୍ଧନା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉତ୍ସାହିତ କରିବ ବୋଲି ଡ଼ିପିଏମ ଶ୍ରୀ ଷଡ଼ଙ୍ଗୀ ମତ ବ୍ୟକ୍ତ କରିଛନ୍ତି ।