ସାଗରପାଲି ଛକ ଏନ୍ଏଚ୍-୪୯ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ବାଇକ ଆରୋହୀ ମୃତ

ଝାରସୁଗଡା,ଏନ୍ଏନ୍ଏସ୍: ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଝାରସୁଗଡା ଜିଲ୍ଲା ଲଖନପୁର ବ୍ଲକ୍ ସାଗରପାଲି ଛକ ଏନଏଚ୍-୪୯ ଉପରେ ଏକ ବାଇକ(ଓଡି-୨୩ଏଚ-୩୭୮୩)କୁ ପଛପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡ଼ିଛି। ଏଥିରେ ବାଇକରେ ଥିବା ୨ଜଣ ରମିନ ଡେହେରି(୨୭) ଓ ଲଖନ ମାହାତୋ (୨୮)ଙ୍କ ମୃତ୍ୟୁ ହୋଇଛି।

ଖବରପାଇ ଲଖନପୁର ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଯୁବକ ଦ୍ୱୟଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା। ମାତ୍ର ସେଠାରେ ଡାକ୍ଟର ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ଯୁବକ ଦ୍ଵୟଙ୍କ ଶବ ବ୍ୟବଚ୍ଛେଦ କରିବା ସହ ପରିଚୟ ଓ ଠିକଣା ଠାବ କରି ମୃତ ଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।