ଟ୍ରକ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ୨ ଡ୍ରାଇଭର

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ଜୁଜୁମରା ନିକଟସ୍ଥ ୫୫ନଂ ଜାତୀୟ ରାଜପଥରେ ଶୁକ୍ରବାର ରାତ୍ରରେ ଏକ ଟ୍ରକ୍ ଓ ଏକ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ଟ୍ରକ୍ ଓ ଟ୍ୟାଙ୍କରଟିରେ ନିଅାଁ ଲାଗିଯାଇ ଦୁଇ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ସୂଚନା ଅନୁସାରେ ଟ୍ୟାଙ୍କରଟିରେ ଗ୍ୟାସ ଭର୍ତ୍ତି ହୋଇ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଏକ ଲୁହାବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଉଭୟ ଟ୍ରକ୍ ଓ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଗାଡ଼ି ଭିତରେ ଦୁଇ ଡ୍ରାଇଭର ଫଶି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସେମାନଙ୍କ ମୃତଦେହକୁ ଗାଡ଼ିରୁ ବାହାର କରାଯାଇନାହିଁ। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଟ୍ୟାଙ୍କରଟିରୁ ଗ୍ୟାସ୍ ଲିକ୍ ହେଉଥିବାରୁ ଉସ୍ଥସ୍ଥାନକୁ ସିଲ କରିଦିଆଯାଇଛି।

ସେହିପରି ଟ୍ୟାଙ୍କରଟି ଭାରତ ପେଟ୍ରୋଲିୟମ କମ୍ପାନୀର। ଏ ନେଇ ଭୁବନେଶ୍ୱର ସ୍ଥିତ ଭାରତ ପେଟ୍ରୋଲିୟମ କମ୍ପାନୀକୁ ଖବର ଦେବାରେ ତାଙ୍କର କର୍ମଚାରୀ ଘଟଣାସ୍ଥଳକୁ ଆସି ଗ୍ୟାସ ଟ୍ୟାଙ୍କରର ପାଇପ ଖୋଲିଯାଇଥିବା କହିଥିଲେ। ଯାହାଦ୍ୱାର ସେଠାରେ ଗ୍ୟାସ ଲିକ ହେଉଥିଲା। ଏବଂ ସେ ଏହାକୁ ବନ୍ଦ କରିଦେଇଛନ୍ତି। ତେବେ ବର୍ତ୍ତମାନ ଗ୍ୟାସକୁ ନେଇ କୌଣସି ବିପଦ ନଥିବା ସେ ସୂଚନା ଦେଇଛନ୍ତି।
ଏ ନେଇ ଘଟଣାସ୍ଥଳକୁ ସିଲ କରିବା ସହ ପୁଲିସ ଓ ଦମକଳ ଗାଡ଼ି ଉପସ୍ଥିତ ରହିଛି।