ଆମ୍ବପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅମ୍ବପାନି ଘାଟିରେ ରବିବାର ସକାଳେ ଏକ ବାଇକ୍ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ନିକଟସ୍ଥ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ସେହିପରି ଦୁର୍ଘଟଣା ଗ୍ରସ୍ତ ବାଇକଟି କଳାହାଣ୍ଡି ଜିଲ୍ଲାର ବୋଲି କୁହାଯାଉଛି। ତେବେ ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।