ଭାରସାମ୍ୟ ହରାଇ ରାସ୍ତା କଡ ସୁରକ୍ଷା ବାଡ଼କୁ ଧକ୍କା ଦେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପୁରୀରୁ ସାହାରପଡାକୁ ଫେରୁଥିବା ଏକ ସ୍ୱିଫ୍ଟ ଡିଜେୟାର(ଓଡ଼ି-୦୨ବିଏଫ୍-୫୭୨୧) କାର ଭାରସାମ୍ୟ ହରାଇ ରାସ୍ତା କଡର ସୁରକ୍ଷା ବାଡ଼ରେ ଧକ୍କା ହୋଇଛି। ଫଳରେ ଗାଡିର ଆଗ ଦୁଇ ଚକ ବାହାରି ଯାଇଥିବାବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଅସ୍ୱସ୍ତିକର ବିଷୟ ଯେ, ଗାଡ଼ିରେ ଥିବା ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପାଟଣା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି।