କାଲି ସରୁଛି ଡେଡ୍ ଲାଇନ୍: ପ୍ରଥମ ପର୍ଯ୍ୟାୟରେ କମର୍ସିଆଲ କଂଜ୍ୟୁମରଙ୍କ କଟାଯିବ ଲାଇନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବକେୟା ବିଦ୍ୟୁତ ବିଲ୍ ପୈଠ ନକଲେ ସେସୁ ଆସନ୍ତା ୧୬ରୁ ବିଦ୍ୟୁତ କାଟି ଦେବ। ଅର୍ଥାତ୍ ଆସନ୍ତାକାଲି ସରୁଛି ବିଲ୍ ପୈଠର ଡେଡ୍ ଲାଇନ୍। ଏ ନେଇ ସେସୁ ୩ଟି ପର୍ଯ୍ୟାୟରେ ଲାଇନ୍ କାଟିବ। ପ୍ରଥମ ପର୍ଯ୍ୟାୟରେ କମର୍ସିଆଲ ତଥା ବ୍ୟବସାୟିକ ସଂସ୍ଥା ଓ ଉପଭୋକ୍ତା ବକେୟା ଟଙ୍କା ନଦେଇଥିଲେ ବିଦ୍ୟୁତ କାଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିତ୍ତଶାଳୀ ତଥା ଧନୀ ଲୋକଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯିବ। ଏଥିରେ ଅଧିକ ବକେୟା ଟଙ୍କା ରଖିଥିବା ଉପଭୋକ୍ତା ଟାର୍ଗେଟ କରାଯାଇଛି।

ସେହିପରି ତୃତୀୟ ପର୍ଯ୍ୟାୟରେ ସାଧାରଣ ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିନଥିଲେ ଲାଇନ କାଟିବାକୁ ନିଷ୍ପତ୍ତି ସେସୁ ନେଇଛି। ଏଥିରେ ବର୍ଷ ବର୍ଷ ଧରି ବିଦ୍ୟୁତ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କୁ ଟାର୍ଗେଟ କରାଯଇଥିବା ସେସୁ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଯୋଗେ ଜଣାଇ ଦିଆଯାଇଛି। ପ୍ରକାଶଥାଉକି ନଭେମ୍ବର ଶେଷ ସୁଦ୍ଧା ୭ଲକ୍ଷ ଉପଭୋକ୍ତାଙ୍କ ୧୯୭୧ କୋଟି ଟଙ୍କା ବକେୟା ରହିଥିଲା।