ବଢିଲା ସିବିଏସଇ ସ୍କୁଲରେ ଆବେଦନ କରିବାର ତାରିଖ, ଏବେ ୩୦ ଜୁନ୍‌ ପର୍ଯ୍ୟନ୍ତ ରହିଛି ସୁଯୋଗ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍କୁଲରେ ଚଳିତବର୍ଷ ଆଡମିନସ ଆବେଦନ ପ୍ରକ୍ରିୟାର ତାରିଖକୁ ଦ୍ୱିତୀୟ ଥର ପାଇଁ ବଢାଇଛନ୍ତି। ପୂର୍ବରୁ ସ୍କୁଲରେ ଆଡମିସନ ଆବେଦନ ତାରିଖ ୩୦ ମାର୍ଚ୍ଚ ରହିଥିବା ବେଳେ ଏବେ ଲକଡାଉନ ଯୋଗୁଁ ଏହାକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା। କିନ୍ତୁ ଏବେ ଏହାକୁ ୩୦ ଜୁନ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। କୋଭିଡ-୧୯ ମହାମାରୀକୁ ଧ୍ୟାନରେ ରଖି ବୋର୍ଡ ଏପରି ପଦକ୍ଷେପ ନେଇଛି। ସମସ୍ତ ଶ୍ରେଣୀରେ ଅନଲାଇନ ଆଡମିସନ ପାଇଁ ୩୦ ଜୁନ ପର୍ଯ୍ୟନ୍ତ ତାରିଖ ପରିବର୍ତ୍ତନ କରାଯାଇଛି। ପ୍ରକ୍ରିୟା ଅନୁସାରେ ୩୦ ଦିନ ମଧ୍ୟରେ ହିଁ ବୋର୍ଡକୁ ଅନଲାଇନ ସପଷ୍ଟିକରଣ/ଅନୁପାଳନ/ଦସ୍ତାବିଜ ପ୍ରସ୍ତୁତ କରିବା ଜରୁରୀ ଅଟେ। ଆବେଦନ ତାରିଖ ଆଗକୁ ବଢାଇବାର ସୂଚନା ସିବିଏସଇ ବୋର୍ଡ ନିଜ େଓ୍ଵବସାଇଟରେ ଏକ ନୋଟିସ ଜାରି କରିଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁଁ ସିବିଏସ୍‌ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଥିବା ବେଳ ମୃତ୍ୟୁସଂଖ୍ୟା ୮୦୦ରେ ପହଞ୍ଚିଲାଣି।