ଝରୀଗାଁ,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସମରଚଚରା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ସମରଚଚରା ଗ୍ରାମର ଓଡ଼ିଆ ଶାନ୍ତା ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ ଶାନ୍ତା ବେଳେ ବେଳେ ମାନସିକ ବିକୃତ ଦେଖାଯାଉଥିବା ପରିବାର ଲୋକେ କହିଛନ୍ତି। ହେଲେ ଆଜିକୁ ତିନିମାସ ତଳେ ସେ କେଉଁଆଡ଼େ ଚାଲି ଯାଇଥିଲା ବେଳେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ। ପରିବାର ଲୋକେ ଏ ନେଇ ଝରୀଗାଁ’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମଠାରୁ କିଛି ଦୂରରେ ଥିବା ଜଙ୍ଗଲରେ ଏକ ଗଛ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଦେଖି ଓଡ଼ିଆ ଶାନ୍ତା ବୋଲି ଚିହ୍ନଟ କରିଥିଲେ। ମୃତ ଶରୀର ପଚିଷଢ଼ି ଯାଇଥିବା ବେଳେ ଗଛରେ ନିଜେ ଧରିଥିବା ଗାମୁଛା ଝୁଲି ରହିଥିବା ଦେଖିବ।।କୁ ମିଳିଥିଲା। ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।