କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବିଦୁତପୁରୀ କଲୋନୀରଏକ କୂଅରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ହେଲେ ଶକ୍ତିନଗର ଅଞ୍ଚଳର ବୁଡୁ ପାଢ଼ୀ। ସୂଚନା ଅନୁଯାୟୀ ଦୁଇଦିନ ତଳେବୁଡୁ ନିଖୋଜ ଥିବାନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ତେବେ ରବିବାର ତାଙ୍କ ମୃତଦେହ ବିଦୁତପୁରୀକଲୋନୀର କୂଅରେ ଭାସୁଥିବାରୁ ଦେଖିବାକୁ ମଳିଥିଲା। ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।