ମନ୍ଦିର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ନିକଟସ୍ଥ ଶିବରାମପୁରର ଶିବ ମନ୍ଦିରରେ ଆଜି ଏକ ଯୁବକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ମନ୍ଦିରରେ ଝୁଲନ୍ତା ମୃତ ଦେହ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିବା ବେଳେ ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତକ ଜଣଙ୍କ ଏକଡ଼ାଳ ଗ୍ରାମର କାଳିଆ ବେହେରା।

ସୂଚନା ଅନୁଯାୟୀ, ଆଜି ସକାଳେ ମନ୍ଦିରକୁ ପୂଜା କରିବା ପାଇଁ ଯାଉଥିବା ପୂଜକ ଏହା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ମନ୍ଦିର ଭିତରରେ ଥିବା ନନ୍ଦୀଙ୍କ ଉପରେ ଝୁଲୁଥିବା ଘଣ୍ଟିରେ ରଶୀ ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି। ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପୁଲିସଙ୍କୁ ସୂଚନା ଦେଇଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ମାରି ଏଠାରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।