ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଧୁଙ୍ଗିଆପୁଟ ସରକାରୀ ଉଚ୍ଚବିଦ୍ୟାଳୟର ଏକ ଶ୍ରେଣୀ ଗୃହରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ଶିକ୍ଷକଙ୍କ ନାମ ବିଦ୍ୟାଧର ବିଶ୍ୱାଳ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବୋଲି ଜଣାପଡ଼ିଛି। ସେ ବିଦ୍ୟାଳୟରେ ରହୁଥିବାବେଳେ ଆଜି ସକାଳେ ଅନେକ ସମୟ ପର୍ଯ୍ୟନ୍ତ ନଉଠିବାରୁ କେତେକ ଲୋକ ଶ୍ରେଣୀ ଗୃହରେ ପସିଥିଲେ। ଶିକ୍ଷକ ମୃତ ଅବସ୍ଥାରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏ ସମ୍ପର୍କରେ ମାଥିଲି ଥାନା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।