କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ଭୁକ୍ତ ସରକାରୀ କଲୋନୀର ଅଭି ହରିଜନ(୪୦) ନାମକ ବ୍ୟକ୍ତି ଗତ ଶନିବାର ଦିନ ସିଲେରୁ ନଦୀରେ ଗାଧୋଇବା ସମୟରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ। ପରିବାର ତରଫରୁ ବହୁ ଖୋଜାଖୋଜି ପରେ ନ ମିଳିବାରୁ ଚିତ୍ରକୋଣ୍ଡା ଥାନା ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଚିତ୍ରକୋଣ୍ଡା ଥାନା ଅଧିକାରୀ ଶ୍ରୀ ଯୁଗଳ ଶବର,ତହସିଲଦାର ଶ୍ରୀ ଟି ପଦ୍ମନାଭ ଦୋରା , ବିଡ଼ିଓ ଲରୀମାନ ଖରସେଲଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ ଦ୍ୱାରା ବୁଡିଯାଇଥିବା ସ୍ଥାନରେ ବହୁ ସମୟ ଧରି ଖୋଜା ଖୋଜି କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା। ସୋମବାର ସକାଳୁ ବୁଡି ଯାଇଥିବା ସ୍ଥାନରୁ ଶହେ ମିଟର ଦୂରରେ ଉକ୍ତ ବ୍ୟକ୍ତିର ଶବ ଭାଷମାନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଲିସ ମର ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।