ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖଜୁରିପଡ଼ା,ବଲସକୁମ୍ପା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଦୁତିମେଣ୍ଡି ପଞ୍ଚାୟତ ସମ୍ବରଡେଗା ଗ୍ରାମ ନିକଟ ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସକାଳୁ ଗ୍ରାମର କିଛି ଲୋକ ଶୌଚ ହେବାକୁ ନାଳକୁ ଯାଇଥିବା ବେଳେ ନାଳରେ ମୁହଁମାଡି ପଡିଥିବା ଦେଖି ପୁଲିସକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ତାଙ୍କୁ କେହି ହତ୍ୟାକରି ସେଠାରେ ଫୋପାଡ଼ିଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ କରିଛନ୍ତି।