କଲରାପତ୍ରିଆ ବାଘର ମୃତ ଦେହ ଉଦ୍ଧାର

କଟକ,ଏନ୍ଏନ୍ଏସ୍ତିଗିରିଆର ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ସକାଳେ ଏକ କଲରାପତ୍ରିଆ ବାଘର ମୃତ ଦେହ ଉଦ୍ଧାର କରାଯାଇ ତିଗିରିଆ ଫରେଷ୍ଟ୍‍ ଅଫିସ୍‌ରେ ରଖାଯାଇଛି। 


ସୂଚନା
 ଅନୁଯାୟୀ ରବିବାର ଏହି କଲରାପତ୍ରିଆ ବାଘଟିର ମୃତ ହୋଇଥିବାବେଳେ ବନବିଭାଗ କର୍ମଚାରୀମାନେ ତାକୁ କୁଣ୍ଡଳୀ ଜଙ୍ଗଲରେ ପୋତି ଦେଇଥିଲେ। ଏ ସମ୍ପର୍କରେ କଥା ପ୍ରଘଟ ହେବାପରେ ଆଜି ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ବାଘର ମୃତ ଦେହକୁ ଖୋଳି ବାହାର କରି କାର୍ଯ୍ୟାଳୟକୁ ଆଣିଛନ୍ତି। ତେବେ ବିଜୁଳି ତାର ଲଗାଇ ଶିକାରୀମାନେ ଉକ୍ତ ବାଘକୁ ମାରିଥିବା ବନବିଭାଗ ସନ୍ଦେହ କରୁଥିବାବେଳେ ପ୍ରକୃତ ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲିଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।