ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ନୂଆପଡ଼ା,୨୫।୮/ଏନ୍ଏନ୍ଏସ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଖଡ଼ିଆଳ ବ୍ଲକ୍ ନେହେନା ପଞ୍ଚାୟତ ରାଣୀପୁର ଗାଁର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଗାଁର କ୍ଷେତ୍ର ଦୂରିଆ । ସେ ଖଡ଼ିିଆଳ ସହର ସାହୁପଡ଼ାର ହେମନ୍ତ ସାହୁଙ୍କ ଘର କାମରେ ଶ୍ରମିକ ଭାବରେ କାମ କରୁଥିଲେ । କାମ କରିବା ବେଳେ ଶନିବାର ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ଖଡ଼ିିଆଳ ପୁଲିସ ଏଏସ୍ଆଇ ରେବତୀ ଦୁର୍ଗା ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ପୁଲିସ କହିଛି ।